crime
Angul Grass Seed Centre Shut For Six Years: ଛଅ ବର୍ଷ ହେବ ବନ୍ଦ ଘାସ ମଞ୍ଜି କେନ୍ଦ୍ର, ପୁନରୁଦ୍ଧାର ଆଶାରେ ଚାଷୀ
ଷ୍ଟେଟ୍ ଫୁଡର ସିଡ ପ୍ରଡକ୍ସନ ଫାର୍ମ। ଏହା ଏବେ ନିଜର ପରିଚୟ ଖୋଜୁଛି କହିଲେ ଭୁଲ ହେବ ନାହିଁ। ଏହା ହେଉଛି ରାଜ୍ୟ ଘାସ ମଞ୍ଜି ଉତ୍ପାଦନ କେନ୍ଦ୍ର। ଦିନେ ଏଠାରେ କର୍ମଚାରୀ ଓ ଅଫିସରଙ୍କ ସମେତ ଦୈନିକ ଶହ ଶହ ଚାଷୀଙ୍କର ଭିଡ଼ ଜମୁଥିଲା। ଉତ୍ପାଦନ ହେଉଥିଲା ଭଳି କି ଭଳି କିସମର ଘାସ, ଘାସ ମଞ୍ଜି ଓ ମୂଳ। ଚାଷୀମାନେ ପ୍ରତିଦିନ ଏଠାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଘାସ ବୋହି ନେଉଥିଲେ। ବିଶେଷ କରି ଦୁଗ୍ଧ ଚାଷିମାନେ ଗାଈ ଗୋରୁ ରଖି ଭଲ ଦି ପଇସା ରୋଜଗାର କରି ଆର୍ଥିକ ସ୍ୱଚ୍ଛଳ ହୋଇପାରୁଥିଲେ। ହେଲେ ୬ବର୍ଷ ହେବ ସବୁ ଠପ ହୋଇଯାଇଛି। ଚଳ ଚଞ୍ଚଳ ହେଇଥିବା ଏହି ଘାସ ମୂଳ ଓ ମଞ୍ଜି କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଚାଷୀ ମତ ସରକାର ଯଦି ଏହି କେନ୍ଦ୍ରକୁ ପୁଣରୁଦ୍ଧାର କରନ୍ତେ ଚାଷରୁ ମୁହଁ ଫେରାଉଥିବା ଚାଷୀ ପୁଣି ଥରେ ଅଣ୍ଟା ସଳଖି ଠିଆ ହୋଇ ପାରନ୍ତା। ଏହି ରାଜ୍ୟ ତୃଣ ବୀଜ ଉତ୍ପାଦନ କେନ୍ଦ୍ରରେ ୧୦୨ ଏକର ଜଗା ମଧ୍ୟରୁ ପାଖାପାଖି ୧୦୦ ଏକର ଜଗାରେ ମକା, ବାଜରା, ଷ୍ଟାଇଲୋ , ବର୍ଶୀମ, ଜବଧାନ, ହାତିଆ ଘାସ, ଗିନି ଭଳି ୨୧ ପ୍ରକାର ଘାସ ଉତ୍ପାଦନ ହେଉଥିଲା। ନୂଆ ନୂଆ ଚାଷୀ ଛେଳି, ଘୁଷୁରି, କୁକୁଡ଼ା ଗାଈ କିଭଳି ଚାଷ କରି ଆତ୍ମ ନିର୍ଭର ହୋଇ ପାରିବେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଥିଲା। ୧୯୯୯ ମହାବାତ୍ୟା ସମୟରେ ଏହି କେନ୍ଦ୍ର ରାଜ୍ୟର କ୍ଷତିଗ୍ରସ୍ତ ଜିଲ୍ଲା ମାନକୁ ଯୋଗାଇଥିଲା ଘାସ। ଯେଉଁଠି ଘାସ ଅମଳ ହେଉଥିଲା ଏବେ ସେ ଜାଗା ଅନା ବନା ଗଛ ଲତାରେ ଭରି ଯାଇଛି। କିଛି ବ୍ୟବହୃତ ଯନ୍ତ୍ରପାତି ଏଣେ ତେଣେ ପଡ଼ି ନଷ୍ଟ ହୋଇଗଲାଣି ତ ଆଉ କିଛି ଯନ୍ତ୍ରପାତିକୁ ଗୋଟିଏ ରୁମରେ ଚାବି ପକାଇ ରଖାଯାଇଛି। ଷ୍ଟାଫ୍ କ୍ୱାର୍ଟର ଠୁଁ ମଞ୍ଜିଘର, ପମ୍ପ ଘର ଓ ଅନ୍ୟାନ୍ୟ ଘର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କର୍ମଚାରୀ କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ କିଛି ଘାସ ମଞ୍ଜି ଆସୁଛି। ଏ ନେଇ ଆମେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ କହିଛନ୍ତି ଏବେ ଆମେ ଏହି କେନ୍ଦ୍ରର ଜଗା ପାଇଁ ଆବେଦନ କରିଛୁ, ଜାଗା ମିଳିଗଲା ପରେ ଆମେ ତାର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛୁ।
Read full article on Otv News