top
Five Days After Marriage, Newlywed Woman Dies: ବିବାହର ୫ ଦିନ ପରେ ନବବଧୂ ହାରିଲେ ଜୀବନ, ଉଠିଲା ଅନେକ ପ୍ରଶ୍ନ
ଟ୍ରେନ ସାମ୍ନାରେ ଡେଇଁ, ଜୀବନ ହାରିଲେ ନବବଧୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବହଳଦା ରୋଡ଼ ଷ୍ଟେସନ ମଲିକେଡମ ଗାଁ ନିକଟରେ। ଟାଟା ବାଦାମପାହାଡ଼ ପ୍ୟାସେଞ୍ଜର ଟ୍ରେନ ଯାଉଥିବା ବେଳେ ମହିଳା ଜଣକ ଟ୍ରେନ ସାମ୍ନାରେ ଡେଇଁ ପଡ଼ିଥିଲେ। ମୃତ ମହିଳା ହେଲେ ଗିଦୀଘାଟି ଗାଁର ବାସନ୍ତୀ ମୁଣ୍ଡାରୀ । ମାତ୍ର ୫ ଦିନ ପୂର୍ବରୁ ତିରିଂ ଥାନା ଅଞ୍ଚଳ ଢ଼ିପାସାହି ଗାଁର ଯୁବକଙ୍କୁ ବିବାହ କରିଥିଲେ। ହେଲେ ଆଜି ଏଭଳି ଚରମ ନିଷ୍ପତି କାହିଁକି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ପରେ ରେଳ ବିଭାଗ ପୁଲିସ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରୁଛି।
Read full article on Otv News