Canada's #1 Community Marketplace
Home Blog News Announcements Pricing Register Free
crime

Group Allegedly Assaults Contractor Over Extortion: ଚାନ୍ଦା ନଦେବାରୁ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ, ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍

📰 Otv News 🕐 1 min read 📅 August 30, 2026 👁 1 views
Group Allegedly Assaults Contractor Over Extortion: ଚାନ୍ଦା ନଦେବାରୁ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ, ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ। ମାଡ଼ ମାରି ଲହୁଲୁହାଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଏବଂ ପରେ ଜଙ୍ଗଲ ଭିତରେ ଅଟକ ରଖି ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗ। ଯାଜପୁର ରୋଡ୍ ଥାନା ମାନପୁର ଗାଁରେ ଗତ ବୁଧବାର ରାତିରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଧୂଳିଗଡ଼ ପଞ୍ଚାୟତ ବେଙ୍ଗପାଟିଆ ଗାଁର ଶ୍ରୀନିବାସ ରାୟ ଜିନ୍ଦଲ କାରଖାନାରେ କୋଇଲା ଗୁଣ୍ଡ ବୋଝେଇ ଟ୍ରେନ୍ ବଗି ଉପରେ ପାଲ ଖୋଲିବା ପାଇଁ ଠିକାଦାରୀ କାମ ନେଇଛନ୍ତି। ମାନପୁରର ଏକ କ୍ଲବର କିଛି ଯୁବକ ବୁଧବାର ସନ୍ଧ୍ୟାରେ ବୈଠକରେ ଚାନ୍ଦା ପାଇଁ ଶ୍ରୀନିବାସଙ୍କୁ ଡାକିଥିଲେ। ଶ୍ରୀନିବାସ ତାଙ୍କ ସଢୁଙ୍କ ସହ କ୍ଲବ୍ ବୈଠକକୁ ଯାଇଥିଲେ। ସେଠାରେ କ୍ଲବ୍ ସଦସ୍ୟମାନେ ତାଙ୍କୁ ୬ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ତେବେ ଶ୍ରୀନିବାସ ଏଥିରେ ରାଜି ନହେବାରୁ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରିବାରୁ ଶ୍ରୀନିବାସଙ୍କ ସଢୁଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ ମାରିଥିଲେ। ପରେ ଶ୍ରୀନିବାସଙ୍କୁ ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଅଟକ ରଖିଥିଲେ। ତାଙ୍କ ସମ୍ପର୍କୀୟମାନଙ୍କ ମୋବାଇଲରୁ ଫୋନ୍ ପେ ଜରିଆରେ ୩ ଲକ୍ଷ ୫୦ ହଜାର ଟଙ୍କା ନେବା ପରେ ତାଙ୍କୁ ଛାଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଧୂଳିଗଡ଼ ପଞ୍ଚାୟତର ପ୍ରତାପ ପାତ୍ର, କାଶୀନାଥ ମୁଣ୍ଡା, ଲୁଲୁ ଧୀର, ବିଶୁ ମଣ୍ଡଳଙ୍କ ସମେତ ଅନ୍ୟ କିଛି ଯୁବକ ସାମିଲ ଥିବା ଅଭିଯୋଗ ହୋଇଛି। ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଗତକାଲି ସନ୍ଧ୍ୟାରେ କ୍ଲବ୍ ଘରେ ଭୋଜି କରୁଥିବା ସୂଚନା ପାଇ ପୋଲିସ ସେଠାରେ ଚଢ଼ଉ କରିଥିଲା। ତେବେ ପୁଲିସ ଗାଡ଼ି ଦେଖି ଯୁବକମାନେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ୯ଟି ବାଇକ୍ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan