Canada's #1 Community Marketplace
Home Blog News Announcements Pricing Register Free
top

PNG Connections Slow Down in Bhubaneswar: ରାଜଧାନୀରେ ଧିମେଇଲା ପିଏନଜି ସଂଯୋଗ, ଅପେକ୍ଷାରେ ଅନେକ ଘର

📰 Otv News 🕐 1 min read 📅 August 11, 2026 👁 5 views
PNG Connections Slow Down in Bhubaneswar: ରାଜଧାନୀରେ ଧିମେଇଲା ପିଏନଜି ସଂଯୋଗ, ଅପେକ୍ଷାରେ ଅନେକ ଘର
ରାଜଧାନୀରେ ଧିମାଇଲା ପିଏନଜି କନେକସନ୍। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଖା ଦେଇଥିବା ଗ୍ୟାସ ସଙ୍କଟକୁ ଦୂର କରିବାକୁ ସରକାରଙ୍କ ପକ୍ଷରୁ ଘରେ ଘରେ ପିଏନଜି ସଂଯୋଗ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ହେଲେ ଏବେ କନେକସନ ଢିଲା ହୋଇଛି। କେଉଁଠି ପାଇପ ପଡିଛି ସଂଯୋଗ ହୋଇନଥିବା ଦେଖିବାକୁ ମିଳିଛି। ଏପଟେ ଗେଲ୍ ପକ୍ଷରୁ କୁହାଯାଇଛି ପ୍ରତିଦିନ ଭୁବନେଶ୍ୱରରେ ୮୦ ଓ କଟକରେ ୪୦ଟି ସଂଯୋଗ ଦିଆଯାଉଛି। କେଉଁଠି କନେକ୍ସନ ସରିଛି, ଆଉ କେଉଁଠି କନେକ୍ସନ ପାଇଁ ପାଇପ ପଡୁଛି। ଗ୍ରାହକଙ୍କ ଦ୍ୱନ୍ଦ କାହାକୁ ବାଛିବେ, ଏଲିପିଜ ନା ପିଏନଜି। କାରଣ ରାଜଧାନୀରେ ଧିମେଇଛି ପିଏନଜି ସଂଯୋଗ। ମଧ୍ୟପ୍ରାଚ୍ୟ ଯୁଦ୍ଧ ବେଳେ ଗତ ମାର୍ଚ୍ଚ ମାସରୁ ମେ ଯାଏଁ କନେକ୍ସନ ପାଇଁ କାମ ଫଟାଫଟ୍ ଚାଲିଥିଲା, ହେଲେ ଜୁଲାଇ ବେଳେକୁ ସଂଯୋଗ ଢିଲା ପଡିଛି। ଏ ହେଉଛି ଶୈଳଶ୍ରୀ ବିହାର ଫେଜ୍ -୬ ଅଞ୍ଚଳ। ଏଠାରେ ୨୦୧୯ରୁ ୨୩ ମସିହା ମଧ୍ୟରେ ପିଏନ୍ ଜି ସଂଯୋଗ ପାଇଁ ଲୋକେ ଗେଲ୍ ଇଣ୍ଡିଆରେ ଆବେଦନ କରିଥିଲେ। ତେବେ କିଛି ଲୋକ ପିଏନଜି କେନକ୍ସନ ପାଇ ରୋଷେଇ କରୁଥିବା ବେଳେ ଆଉ କିଛି ଏବେ ବି ପାଇ ନାହାନ୍ତି। ଟିକେ ଭଲ କରି ଦେଖନ୍ତୁ ଏ ଦୁଇଟି ଘରର ଦୃଶ୍ୟକୁ। ଜଣକ ଘରକୁ ପିଏନଜି ଓ୍ୱାୟରିଂ ସରିଛି, ହେଲେ ପିଏନଜି ଯୋଗାଣ ହୋଇ ପାରୁନି। ଆଉ ଜଣଙ୍କ ଘରେ ଅଧା ଖଣ୍ଡିଆ ଓ୍ୱାୟରିଂ ହୋଇଛି। କେବଳ ଏହି ଦୁଇଟି ଘର ନୁହଁ, ରାଜଧାନୀର ଏକାଧିକ ଘରର ଚିତ୍ର ଏଭଳି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଗୋଟିଏ ଠିକାଦାର ପାଇପ ବିଛାଉ ଥିବାବେଳେ ଆଉ ଜଣେ ଠିକାଦାର ଘରକୁ ଓ୍ୱାୟରିଂ କରୁଛି। ଫଳରେ ଯୋଗାଣ ହେଲା ବେଳକୁ ବିଳମ୍ୱ ହେଉଛି। ସେପଟେ ଗତ କିଛି ଦିନ ହେବ ପିଏନଜି ସଂଯୋଗରେ ଗ୍ୟାସ ଲିକ୍ ହେବାରୁ ରୋଷେଇ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଏବେ ଗେଲ୍ ୱିପିସିଏଲ, ଗେଲ୍ ଗ୍ୟାସ, ଆଦାନୀ ଓ ମେଘା ଗ୍ୟାସ ଯୋଗାଣ ଦେଉଛନ୍ତି। ଏଥିରେ କଟକ ଓ ଭୁବନେଶ୍ୱରରେ ପିଏନ୍ ଜି ସଂଯୋଗ ସଂଖ୍ୟା ଏପ୍ରିଲ ୨୦ ତାରିଖ ବେଳକୁ ୩୩ ହଜାର ରହିଥିଲା । ସେଥିରୁ ଭୁବନେଶ୍ବରରେ ୨୩ ହଜାର ଏବଂ କଟକରେ ୧୦ ହଜାର ରହିଥିଲା | ମାର୍ଚ୍ଚ ପହିଲାରୁ ଏପ୍ରିଲ ୨୦ ମଧ୍ୟରେ ରାଜ୍ୟରେ କମ୍ପାନିଗୁଡ଼ିକ ୧୧,୨୦୦ ନୂଆ ସଂଯୋଗ ଦେଇଛନ୍ତି । ସେଥିରୁ ଟୁଇନସିଟିରେ ପିଏନଜି ସଂଯୋଗରେ ଆଗରେ ରହିଛି ଗେଲ୍ ଇଣ୍ଡିଆ । ଭୁବନେଶ୍ବର ଓ କଟକରେ ପ୍ରାୟ ୬୦୦୦ ନୂଆ ସଂଯୋଗ ଦିଆଯାଇଛି। ଭୁବନେଶ୍ବରରେ ଜୁଲାଇ ସୁଦ୍ଧା ୨୬ ହଜାର ୩୦୦ ଓ କଟକରେ ୧୨ ହଜାର ୩୦୦ ନୂଆ ପିଏନଜି ସଂଯୋଗ ହୋଇଛି। ପୂର୍ବ ପରି ଗେଲ୍ ପକ୍ଷରୁ କନେକ୍ସନ ଜାରି ରହିଛି। ଏବେ ପଟିଆ, କଳିଙ୍ଗ ବିହାର, ପୋଖରୀପୁଟ ଓ ନୟାପଲ୍ଲୀ ଅଞ୍ଚଳରେ ସଂଯୋଗ କରାଯାଉଛି। ପ୍ରତିଦିନ ଭୁବନେଶ୍ୱରରେ ଦିନକୁ ୮୦ ଓ କଟକରେ ୪୦ଟି ସଂଯୋଗ ଦିଆଯାଉଛି ବୋଲି ଗେଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି। PNG ଓ CNG ସେବାକୁ ‘ଅତ୍ୟାବଶ୍ୟକ ସେବା’ ଭାବେ ଘୋଷଣା କରାଯାଇଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଏହାର ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ରାଜ୍ୟରେ ପ୍ରାୟ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ ଏବଂ ୨୭୧ଟି CNG ଷ୍ଟେସନ୍ ସ୍ଥାପନର ଲକ୍ଷ୍ୟ ରଖିଛନ୍ତି ସରକାର।
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan